ସ୍କୁଲ ଯିବନି ଜଗା । ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଜଗାର ମୁଣ୍ଡରେ ଖପୁରି ନଥିବାରୁ ସେ ସ୍କୁଲ ଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି । ଜଗାର ସ୍ୱାସ୍ଥ୍ୟ ଅବସ୍ଥାରେ ଉର୍ନ୍ନତି ଆସିଥିବା ବେଳେ, କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ଖରାପ ଅଛି | ମାତ୍ର କିଛି ଦିନ ପୂର୍ବରୁ ଜଗା ସ୍କୁଲ ଯିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଆଜି ସେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା | ଖପୁରି ଟ୍ରାନ୍ସ ପ୍ଲାଣ୍ଟ ପରେ ହିଁ ସ୍କୁଲ ଯିବା ସମ୍ଭବ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ | ମେଡିକାଲରେ ହିଁ ଜଗାର ପ୍ରାଥମିକ ଶିକ୍ଷାର ବ୍ୟବସ୍ତା କରାଯିବ |
ସୂଚାନଯୋଗ୍ୟ, କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ରାଜ୍ୟ ସରକାରଙ୍କ ସହାୟତାରେ ଦିଲ୍ଲୀ ଏମନ୍ସରେ ଏକ ବିରଳ ଅପରେସନ କରାଯାଇ ଅଲଗା କରାଯାଇଥିଲା | ବିଗତ ଦୁଇ ବର୍ଷ ଦିଲ୍ଲୀ ଏମନ୍ସରେ ରହିବା ପରେ ୭ ତାରିଖ ଦିନ ଦିଲ୍ଲୀ ଏମନ୍ସରୁ ଓଡିଶା ଫେରିଥିଲେ | ରାଜଧାନୀ ଏକ୍ସପ୍ରେସ ଯୋଗେ ଓଡିଶାରେ ପହଁଚିଥିବା ବେଳେ ଏସ୍ସିବିରେ ଚିକିତ୍ସା ଚାଲିଛି |

LEAVE A REPLY

Please enter your comment!
Please enter your name here