ସଂଶୋଧିତ ନୂଆ ମଟର ଭେଇକିଲ ଆଇନ ଲାଗୁ ହେବା ପରେ, ଦେଖା ଦେଇଥିବା ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ ମାସ ପାଇଁ ରିହାତ ଦେଶ ଜାରି କରିଛନ୍ତି | ଏଥି ସହ ଲୋକମାନଙ୍କୁ ନୂଆ ନିୟମ ପ୍ରତି ସଚେତନ କରିବା ନେଇ ପୋଲିସ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ | ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଲାଗିପଡିଛନ୍ତି ପୋଲିସ ଅଧିକାରୀ | ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଚାଲି ଥିବା ଦେଖିବାକୁ ମିଳିଛି | ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ଠାରେ ଏସପି ଅଜୟ ପ୍ରତାପ ସ୍ବାଇଁ, ଡି ଏସପି ଅତନୁ ରାଉତ, ଖୋର୍ଦ୍ଧା ଆଦର୍ଶ ଥାନାର ଅଫିସର ଟ୍ରାଫିକ ଛକ ମାନଙ୍କରେ ଲୋକ ମାନଂକୁ ସଚେତନ କରାଇଛନ୍ତି | ନୂଆ ନୀତି ନିୟମ ବିଷୟରେ ଅବଗତ କରାଇଛନ୍ତି |