ରାଜ୍ୟର ପୂର୍ବତନ ବିଧାୟକମାନଙ୍କୁ ବିଧାନସଭା ବାଚସ୍ପତି ଚରମ ଚେତାବନୀ ଦେଇଛନ୍ତି । ତୁରନ୍ତ ସରକାରୀ କ୍ୱାଟର୍ସ ଖାଲି ନ କଲେ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରାଯିବ ବୋଲି ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର କହିଛନ୍ତି । ଏବେବି କିଛି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାଟର୍ସ ମାଡ଼ି ବସିଛନ୍ତି । ତୁରନ୍ତ ଘର ଖାଲି କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବାଚସ୍ପତି ବିଧାୟକମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଯଦି କ୍ୱଟର୍ସ ନ ଛାଡ଼ନ୍ତି ତେବେ ବିଜୁଳି ଓ ପାଣି ବନ୍ଦ କରାଯିବ ବୋଲି ବାଚସ୍ପତି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here