ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବିକ୍ରୀ ହୋଇଥିବା ୬ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି । ୟୁନିଟ୍‌-୩ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ ଓ ଖାରବେଳ ନଗର ପୋଲିସ । ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ କିଣିଥିବା ନେଇ ସ୍ୱିକାର କରିଛନ୍ତି ନେଇଥିବା ମହିଳା । ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ । ତେବେ ଶିଶୁପୁତ୍ର ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ତେବେ ଶିଶୁଟିକୁ ପାଇବା ପାଇଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିଭିନ୍ନ ଅଂଚଳରେ ଅନୁସନ୍ଧାନ କରିଥିଲା ଟିମ୍ ।

LEAVE A REPLY

Please enter your comment!
Please enter your name here