ପୁରୀ ଜିଲ୍ଲା କୋଣାର୍କ ମୁଖ୍ୟ ରାସ୍ତାର କୁସୁପୁର ବଜାର ଠାରେ ଥିବା ସେବା ନର୍ସିଙ୍ଗ ହୋମ୍ ନାଁରେ ଆସିଛି ସଂଘିନ ଅଭିଯୋଗ | ତ୍ରୁଟିପୁର୍ନ ଅସ୍ତ୍ରୋପଚାର କରିଥିବା ନେଇ ଜଣେ ରୋଗୀ କରିଛନ୍ତି ଏହି ସାଙ୍ଘାତିକ ଅଭିଯୋଗ | ଅଭିଯୋଗ ମୁତାବକ, ଗୋପ ଥାନା ଅଣ୍ଡରା ଇଚ୍ଛାପୁର ପଞ୍ଚାୟତର ଦୁସାସନ ଭୋଈଙ୍କ ପରିଶ୍ରା ଜନିତ ସମସ୍ୟା ହେବା ନେଇ ଗତ ଏପ୍ରିଲ ମାସ ୮ ତାରିଖ ଦିନ ସେବା ନର୍ସିଙ୍ଗ ହୋମ୍ରେ ଅସ୍ତ୍ରୋପଚାର ହୋଇଥିଲା | ଏହି ବାବଦରେ ଦୁସାସନ ନର୍ସିଙ୍ଗ ହୋମ୍ କୁ ୨୦ ହଜାର ଟଙ୍କା ଦେଇଥିଲେ | ମାତ୍ର ଅସ୍ତ୍ରୋପଚାର କୁ ମାସେ ନପୂରୁଣୁ ପୁଣି ଥରେ ଅସୁସ୍ଥତା ଅନୁଭବ କରିବାରୁ ନର୍ସିଙ୍ଗ ହୋମ୍ ମାଲିକ ଙ୍କୁ ଜଣାଇଥିଲେ | ମାତ୍ର ପୁଣି ଥରେ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି କହି ୫୦ ହଜାର ଦରକାର ବୋଲି କହିଥିଲେ | ତେବେ ଦୁସାସନ ଦିନ ମଜୁରିଆ ହୋଇ ନିଜ ପରିବାରର ପ୍ରତିପୋଷଣ କରୁଥିବା ବେଳେ ଏତେ ଟଙ୍କା ଯୋଗାଡ କରିବା ଟଙ୍କା ପାଇଁ କାଠିକର ପାଠ | ଟଙ୍କା ନଆଣିଲେ ଅପରେସନ ହୋଇ ପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ ନର୍ସିଙ୍ଗ ହୋମ୍ ମାଲିକ | ଏନେଇ ଦୁସାସନ ଗୋପ୍ ଥାନାରେ ଅଭିଯୋଗ କରିଥିଲେ | ମାତ୍ର ପୋଲିସ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଅଭିଯୋଗ କରି ଦୁସାସନ ନ୍ୟାୟ ଆଶାରେ ଥାନା ସମ୍ମୁଖରେ ନିଜ ପତ୍ନୀଙ୍କ ସହ ଧାରଣା ଦେଇଥିଲେ | ଅନ୍ୟପଟେ ପୋଲିସ ଅଭିଯୋଗକୁ ଖଣ୍ଡନ କରି ତଦନ୍ତ ଚାଲିଥିବା ପ୍ରତିକ୍ରିୟା ରଖିଛନ୍ତି | ସେହିପରି ନର୍ସିଙ୍ଗ ହୋମ୍ ମାଲିକ ସେ କୈାଣସି ଅପରେସନ କରିନଥିବା ନିଜ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି | ତେବେ ଏଠି ପ୍ରଶ୍ନ ଉଠୁଛି ଯଦି କୌଣସି ଅସ୍ତ୍ରୋପଚାର ହୋଇନାହିଁ ତେବେ ଦୁସାସନ କାହିଁକି ଏହି ଭଳି ସଂଘିନ ଅଭିଯୋଗ କରିଛନ୍ତି | ଏହି ସବୁ ପ୍ରଶ୍ନର ଉତର ତଦନ୍ତ ପରେ ହିଁ ସାମ୍ନାକୁ ଆସିବ |