ଆନ୍ଧ୍ର ଓଡିଶା ସୀମାନ୍ତରେ ଏନକାଉଣ୍ଟର । ଗତକାଲି ସଂନ୍ଧ୍ୟାରେ ବିଷଖାପାଟଣା ଜିଲ୍ଲାର ଗୁଡମ ବ୍ଲକ ମାଡିଗାମୁଲୁରେ ମାଓବାଦୀ ଏବଂ ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ । ଏଥିରେ ଦୁଇ ମାଓବାଦୀ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ୨୧ରୁ ୨୮ ଯାଏ ସିପିଆଇ ମାଓବାଦୀ ପକ୍ଷରୁ ପ୍ରତିଷ୍ଠା ସପ୍ତାହ ପାଳନ କରାଯାଉଥିବା ବେଳେ ଗତକାଲି ଆନ୍ଧ୍ର ଗ୍ରେହାଉଣ୍ଡ ଓ ସ୍ପେଶାଲ୍ ପ୍ରୋଟେକ୍ସନ ଫୋର୍ସ ମିଳିତ ଭାବେ ଏହି ଅପରେସନ୍‌ କରିଥିଲେ। ଆଉ ଏଥିରେ ସେମାନଙ୍କୁ ସଫଳତା ମିଳିଛି । ଏହି ଅପରେସନ୍ ପରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜୋରଦାର କରାଯାଇଛି। ଏଥିସହ ଓଡ଼ିଶା ପୁଲିସ୍‌ ଓଡ଼ିଶା ସୀମାକୁ ସିଲ୍ କରିଦେଇଛି। । ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ଅନେକ ନକ୍ସଲ ସାମଗ୍ରୀ ଜବତ କରାଯାଇଛି

LEAVE A REPLY

Please enter your comment!
Please enter your name here