ସାହାସୀକତାର ପରିଚୟ ଦେଲେ ଜଣେ ଆଦିବାସୀ ମହିଳା | ୨ ଦୁର୍ବୁତଙ୍କ ଉଦ୍ୟମକୁ କଲେ ପଣ୍ଡ | ରାୟଗଡା-ବିଷମ କଟକ ବ୍ଲକରେ ଦିନ ଦୁଃପ୍ରହରରେ ଲୁଟ ଉଦ୍ୟମ କରୁଥିବା ଦୁଇ ଲୁଟେରାଙ୍କୁ ଚଖାଇଲେ ପାନେ | ଆଦିବାସୀ ମହିଳା ଜଣଙ୍କ ଆଇଓବି ବ୍ୟାଙ୍କରେ ୧୦ ହଜାର ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ମହିଳାଙ୍କ ଠାରୁ ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରୁଥିବା ବେଳେ, ସାହସକତାର ସହ ବ୍ୟାଗକୁ ଜାବୁଡି ଧରିଥିଲେ | ଶେଷରେ ଦୁର୍ବୁତ୍ତମାନେ ହାର ମାନିଯାଇ ଘଟଣା ସ୍ଥଳରେ ବାଇକ ଛାଡି ଚମ୍ପଟ ମାରିଛନ୍ତି | ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛି |

LEAVE A REPLY

Please enter your comment!
Please enter your name here