ଲକ୍ ଡାଉନ୍ କାହାକୁ ଭଲ ଲାଗେନି । କିନ୍ତୁ ଭାରତରେ କରୋନା ସଂକ୍ରମଣ ଏଭଳି ସ୍ଥିତିରେ ପହଞ୍ଚିଛି ଯେ, କିଛି ସପ୍ତାହ ପାଇଁ ଦେଶକୁ ସଂପୂର୍ଣ୍ଣ ଲକ୍ ଡାଉନ କରିବାକୁ ପରାମର୍ଶ ଦେଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ମେଡିକାଲ ଆଡଭାଇଜର୍ ଡାକ୍ତର ଫଉସି କହିଛନ୍ତି, ଭାରତରେ ସଂକ୍ରମଣ ରୋକିବାକୁ ହେଲେ କିଛି ସପ୍ତାହ ପାଇଁ ଦେଶକୁ ସଂପୂର୍ଣ୍ଣ ଲକ୍ ଡାଉନ କରାଯିବା ଆବଶ୍ୟକ । ଭାରତରେ ଏବେ ଦୈନିକ ନୂଆ ସଂକ୍ରମଣ ଚାରିଲକ୍ଷ ଟପିଗଲାଣି, ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ହଜାର ହଜାର । ରୋଗୀଙ୍କ ପାଖରେ ଅକ୍ସିଜେନ୍ ନାହିଁ, ମେଡିସିନ ନାହିଁ, ପିପିଇ କିଟ୍ ନାହିଁ । ରୋଗୀଙ୍କୁ ଧରି ଲୋକେ ଅକ୍ସିଜେନ ପାଇବା ପାଇଁ ଏ ହସପିଟାଲରୁ ସେ ହସପିଟାଲକୁ ବୁଲୁଛନ୍ତି । ବର୍ଷକ ତଳେ ଚୀନରେ ଯେତେବେଳେ ଭୟଙ୍କର ସଂକ୍ରମଣ ହେଲା, ସେତେବେଳେ ଚୀନ ସରକାର ସଂପୂର୍ଣ୍ଣ ଲକ୍ ଡାଉନ କରି ସ୍ଥିତିକୁ ନିୟନ୍ତ୍ରଣ କଲେ । ତେଣୁ ଭାରତରେ ସଂକ୍ରମଣରେ ଲଗାମ ଲଗାଇବାକୁ ହେଲେ ଦେଶକୁ ସଂପୂର୍ଣ୍ଣ ଲକଡାଉନ କରିବାକୁ ଡକ୍ଟର ଫଉସି ପରାମର୍ଶ ଦେଇଛନ୍ତି । ଦେଶକୁ ସଂପୂର୍ଣ୍ଣ ଲକଡାଉନ କରିବା ପରେ ଅକ୍ସିଜେନ୍, ମେଡିସିନ୍ ଓ ପିପିଇ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here