ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଆଜି ସକାଳ ୯ଟା ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ହୁଣ୍ଡି ଖୋଲା ଯାଇଛି । ହୁଣ୍ଡି ଗଣତି କାର‌୍ୟରେ ବ୍ୟାଙ୍କ କର୍ମଚାରୀ, ମନ୍ଦିର କମିଟି ସଦସ୍ୟଙ୍କ ସମେତ ରାୟଗଡାର ବିଭିନ୍ନ ସଂଗଠନର ସହାୟତାରେ ଗଣତି କାର‌୍ୟ୍ୟ ଚାଲୁ ରହିଛି । ଗଣତି ପାଇଁ ମନ୍ଦିର ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଣତି ଚାଲୁରହିଛି । ଗତ ୪ ମାସ ତଳେ ହୁଣ୍ଡିରୁ ୬୩ ଲକ୍ଷ ନଗଦ ଟଙ୍କା ସହ ସୁନା ଓ ରୁପା ବାହାରିଥିଲା । ବର୍ତମାନ ସୁଦ୍ଧା ହୁଣ୍ଡି ଗୁଡିକରୁ ବ୍ୟାପକ ପରିମାଣର ନଗଦ ଟଙ୍କା ସମେତ ସୁନା, ରୁପା ଅଳଙ୍କାର ବାହାରିଛି ।ସନ୍ଧ୍ୟା ସୁଧା ଏହି ଗଣତି ସାରିବାକୁ ଥିବାବେଳେ ଏଥର ରେକର୍ଡ ସଂଖ୍ୟକ ଅର୍ଥ ଦାନ ହୁଣ୍ଡିରୁ ବାହାରିବା ନେଇ ଆଶା ରଖିଛନ୍ତି ମନ୍ଦିର ପରିଚାଳନା କମିଟି ।

LEAVE A REPLY

Please enter your comment!
Please enter your name here