ନ୍ୟାସନାଲ ଜୋଗ୍ରାଫିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ହୋଇଛି ଏହି ଏପିସୋଡ଼ | ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ବିବରଣୀ ରଖିବେ | ଯାହାର ଅଧିକାଂଶ ସୁଟିଂ ନବୀନ ନିବାସରେ ହୋଇଥିବା ବେଳେ, ରାଜ୍ୟର ବାତ୍ୟା ପ୍ରପୀଡିତ ଅଞ୍ଚଳର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ | ୧୯୯୯ ଓ ୨୦୧୯ ଭିତରର ଦୁଇ ଦଶନ୍ଧିର ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିବ | ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା, ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ କରିବା ସହ ଧନ ଜୀବନ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବେଶ ପ୍ରସଂଶିତ ହୋଇଥିଲେ | ଆସନ୍ତା ୨୭ ତାରିଖ ରାତି ୯ ଟାରେ ନ୍ୟାସନାଲ ଜୋଗ୍ରାଫି ଚ୍ୟାନେଲରେ ପ୍ରସାରିତ ହେବ ଏହି ସ୍ୱତନ୍ତ୍ର ଏପିସୋଡ଼ । ସୂଚାନଯୋଗ୍ୟ, ଗତକିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସକଭରୀ ଚ୍ୟାନେଲରେ ନଜର ଆସିଥିଲେ |

LEAVE A REPLY

Please enter your comment!
Please enter your name here