ସ୍ମାର୍ଟ ସିଟି ଭୁବନେଶ୍ୱର । ଭୁବନେଶ୍ୱର ବ୍ଲକରେ କେମିତି ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ । ଆସନ୍ତୁ ସ୍ୱଚ୍ଛ ଭାରତର ଏମିତି ଏକ ବିରଳ ଦୃଶ୍ୟ ଉପରେ ନଜର ପକାଇବା । ଦୃଶ୍ୟ ହେଉଛି ସହରକୁ ଲାଗିଥିବା ଶିଶୁପାଳଗଡ ଅଞ୍ଚଳର । ବିନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ପାଠପଢା । ପାଠପଢା ଅଧାରୁ ପାଇଖାନା ଯିବା ପାଇଁ ବାହାରିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର । ସ୍କୁଲ ଭିତରେ ପାଇଖାନା ଅଛି, ହେଲେ ବାହାରେ ଝାଡା ଫେରିବା ପାଇଁ ଦିଦି କହିବାରୁ ଏ ଛାତ୍ର ଜଣକ ବର୍ଷାରେ ଭିଜି ବାଲଟି ଧରି ବାହାରିଗଲେ । ପାଦରେ ଚପଲ ବି ନାହିଁ । ଦେଖନ୍ତୁ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ଆମେ କେତେ ସଚେତନ.ଖୋଲା ପଡିଆରେ ମଳତ୍ୟାଗ ନ କରିବା ପାଇଁ ବର୍ଷ ବର୍ଷ ଧରି ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ । ମାତ୍ର ନିପଟ ମଫସଲ କଥା କଣ କହିବା, ସ୍ମାର୍ଟସିଟି ଅଞ୍ଚଳରେ ବି ଦିଦି ସଚେତନ ନୁହଁନ୍ତି । କ୍ୟାମେରାରେ କିଛି କହିବାକୁ ମନା କରି ଦାୟିତ୍ୱ ସାରିଦେଲେ ।

LEAVE A REPLY

Please enter your comment!
Please enter your name here