ଏସ.ଏସ.ବି ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀ ଅଶାନ୍ତ | କଲେଜ କତ୍ତୃପକ୍ଷ ନାଁରେ ସଂଘିନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରାୟ ଶହେରୁ ଉର୍ଧ ଛାତ୍ରଛାତ୍ରୀ | କଲେଜ କତ୍ତୃପକ୍ଷ SC, ST ଛାତ୍ରଛାତ୍ରୀଙ୍କ ନାଁରେ ତାଙ୍କ ଅଜଣାତରେ ଷ୍ଟଡିଲୋନ ବ୍ୟାଙ୍କରୁ ଆଣିବା ଘଟଣାକୁ ନେଇ ବିବାଦ ଉଗ୍ରରୂପ ଧାରଣା କରିଥିଲା | ଏନେଇ ଛାତ୍ରଛାତ୍ରୀମାନେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପରେ ପୋଲିସ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଜା କରି କଲେଜ ହଷ୍ଟେଲରେ ଛାଡି ଆସିଥିଲେ | ମାତ୍ର କଲେଜ କତ୍ତୃପକ୍ଷ ସଂପୃକ୍ତ ଛାତ୍ରମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦେଇନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ପ୍ରାୟ ୨୬ କିମି ରାସ୍ତା ବର୍ଷାରେ ଭିଜିଭିଜି ଚାଲି ଚାଲି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ | ମାତ୍ର ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ବାରିପଦା ଉପଜିଲ୍ଲାପାଳ ଓ ଏଡିଏମମାନଙ୍କ ସହିତ ଆଲୋଚନା କରିଥିଲେ | ଥକି ପଡିଥିବା ପିଲାମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଳଖିଆ ଓ ପିଇବା ପାଣିର ବ୍ୟବସ୍ତା କରାଯାଇଥିଲା | ପରେ ଜିଲ୍ଲାପାଳ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ |

LEAVE A REPLY

Please enter your comment!
Please enter your name here