ବଢୁଥିବା ପିଆଜ ଦର ଆଖିରେ ଲୁହ ଦେଉଥିବା ବେଳେ, ଏବେ ମିଳିବ ଆଶ୍ବସ୍ତି | ଆଫଗାନିସ୍ତାନ ପଠାଇବ ୧୦୦ ଟନ୍ ପିଆଜ | ସେ ପୁଣି ପାକିସ୍ତାନ ରାସ୍ତା ଦେଇ ଆସିବ ପିଆଜ | ଖୁବ ଶୀଘ୍ର ଆଉ ୩୦ରୁ ୩୫ ଟ୍ରକ ପିଆଜ ଆଫଗାନିସ୍ତାନରୁ ଆସିବା ନେଇ ସୂଚନା ମିଳିଛି | ଭାରତରେ ବଢୁଥିବା ପିଆଜ ଦରକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ବ୍ୟବସାୟୀମାନେ ଭାରତରେ ପିଆଜ ବିକ୍ରି କରିବା ନେଇ ଇଛା ପ୍ରକାଶ କରିଥିଲେ, ପରେ ଭାରତ ସହ ବନ୍ଧୁତା ସ୍ଥାପନ କରି ବିକ୍ରି କରିବା ପାଇଁ ଅନୁମତି ମିଳିବା ପରେ ଏବେ ଟନ ଟନ ପିଆଜ ଭାରତକୁ ଆସିବ | ଆଫଗାନିସ୍ତାନର ପିଆଜ ଆମଦାନୀ ହେବାପରେ ଦର ଖସିବ ବୋଲି ଅନୁମାନ କରାଯାଉଛି । ୩୦ରୁ ଟଙ୍କା କିଲୋ ପ୍ରତି ଦର ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ବର୍ତ୍ତମାନ ସମୟରେ ଅମୃତସର ଓ ଲୁଧିଆନାରେ ଆଫଗାନୀ ପିଆଜ ଦର ୩୦ରୁ ୩୫ ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି । ସେପଟେ ଆଫଗାନିସ୍ତାନରୁ ଆମଦାନୀ ହେଉଥିବା ପିଆଜ ଆଉ ମାତ୍ର ୨ ଦିନ ପରେ ରାଜଧାନୀ ଦିଲ୍ଲୀରେ ବିକ୍ରି ଆରମ୍ଭ ହୋଇଯିବ ।
ସୂଚନାଯୋଗ୍ୟ, ଦେଶର ସବାଧିକ ପିଆଜ ଉତ୍ପାଦନ ହେଉଥିବା ମହାରାଷ୍ଟ୍ର ସମେତ ଦକ୍ଷଣ ଭାରତରେ ବର୍ଷା ଯୋଗୁଁ ପିଆଜ ଫସଲ ଭଲ ହୋଇନି, ସେପଟେ ନୂଆ ମଟର ଭେଇକିଲ ଆଇନ ଲାଗୁ ହେବା ପରେ ଗାଡି ମଟର ଆସିବା କମ ହୋଇଯାଇଛି । ଫଳରେ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡିଛି |

LEAVE A REPLY

Please enter your comment!
Please enter your name here