କୋଲକାତା ବଡବଜାରଷ୍ଟାଣ୍ଡ ରୋଡ ନିକଟ ରେଳବାଇ ବିଲଡିଙ୍ଗ୍ ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ୪ ଅଗ୍ନିଶମ କର୍ମଚାରୀ ନିଆଁରେ ଜଳିଯାଇଛନ୍ତି । ଗତକାଲି ରାତିରେ କୋଠାର ୧୨ ଏବଂ ୧୩ ତମ ମହଲାରେ ନିଆଁ ଲାଗିଥିଲା । ୧୭ଟି ଦମକଳ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ୪ ଜଣ ଅଗ୍ନିଶମ କର୍ମଚାରୀ ଲିଫ୍ଟରେ ଅଟକିଯାଇ ଜଳିଯାଇଥିଲେ । ଜଣେ ପୋଲିସ ଏସଆଇ ଏବଂ ଜଣେ ରେଳବାଇ କର୍ମଚାରୀ ମଧ୍ୟ ନିଆଁରେ ଜଳିଯାଇଛନ୍ତି । ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତି ପୂରଣ ଘୋଷଣା କରିଛନ୍ତି । ସେପଟେ ଘଟଣାର ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here