ଲୋକସେବା ଭବନରେ ବସିଛି ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଚାଲିଛି ବୈଠକ | ୧0ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି | ଧାନ ଓ ଚାଉଳ ସଂଗ୍ରହକୁ ନେଇ କ୍ୟାବିନେଟରେ ମଂଜୁର ମିଳିଛି | ଚଳିତ ବର୍ଷ ୬୦ ଲକ୍ଷ ଟନ ଧାନ ସଂଗ୍ରହ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ 41 ଲକ୍ଷ ଟନ ଚାଉଳ ସଂଗ୍ରହ କରାଯିବ | ଧାନ ସଂଗ୍ରହରେ ପାକ୍ସ , ଲାମ୍ପସ ସହ SHG ମହିଳା ସାମିଲ ହେବେ | ବକେୟା ରଖିଥିବା ମିଲରଙ୍କୁ ଧାନ ସଂଗ୍ରହରେ ସାମିଲ କରାଯିବ ନାହିଁ | ସବୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ | ସେହିପରି ବରମୁଣ୍ଡା ବସଷ୍ଟାଣ୍ଡର ହେବ ନବକଳେବର | ବଦଳିଯିବ ବରମୁଣ୍ଡା ବସଷ୍ଟାଣ୍ଡର ଚେହେରା | କ୍ୟାବିନେଟ୍ ମଞ୍ଜୁରୀ କ୍ରମେ ବସଷ୍ଟାଣ୍ଟର ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ୬୬ ଲକ୍ଷ ଟଙ୍କା | ଦୁଇ ବର୍ଷ ଭିତରେ ଏହି କାମ ସରିବା ନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି | ବରମୁଣ୍ଡା ଠାରେ ଥିବା ବସ ଡିପୋକୁ ସ୍ଥାନନ୍ତର କରାଯାଇ ଖଣ୍ଡଗିରି ଠାରେ ଏକ ନୂତନ ବସ୍ ଡିପୋ ନିର୍ମାଣ କରାଯିବ |