ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନାଁ ଘୋଷଣା କରିଛନ୍ତି । ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା ରିପୁନାଥ ସେଠ୍ ଓ ତାଙ୍କ ପୁଅ ଅଭିଷେକ ସେଠଙ୍କୁ ନିରାଶ ହେବାକୁ ପଡ଼ିଛି । ସୂଚନାଯୋଗ୍ୟ, କଂଗ୍ରେସ ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା । କମିଟି ଗତ ଦୁଇଦିନ ଧରି ବିଚାରବିମର୍ଶ କରିବା ପରେ ୫ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ବିଚାରବିମର୍ଶ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଦିଲ୍ଲୀପ ପଣ୍ଡାଙ୍କ ନାଁ ଉପରେ ମୋହର ମାରିଛନ୍ତି । ପିସିସି ପକ୍ଷରୁ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଓ ରବୀନ୍ଦ୍ର ପଣ୍ଡାଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା। ରିପୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଶ୍ରୀ ପଣ୍ଡାଙ୍କୁ ଦଳୀୟ ଟିକେଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here