ବର୍ଷା ବିତ୍ପାତ । ୨୪ ଘଣ୍ଟା ହେଲା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଦୁଇ ଦିନରେ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୨୦୦ରୁ ଅଧିକ ଘର ଭାଙ୍ଗିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲକ୍ଷେ୍ନା, ଆମେଥି ସମତେ ୯ଟି ଜିଲ୍ଲାରେ ସ୍କୁଲ ଛ ୁଟି ଘୋଷଣା କରାଯାଇଛି । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସ୍ଥିତି ମୁକାବିଲା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କର ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛନ୍ତି । ଏବଂ ଆହତଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁସୁଡି ଲୋକଙ୍କର ପ୍ରାଣ ଯାଇଛି ।

LEAVE A REPLY

Please enter your comment!
Please enter your name here