ପୁଣି ସତେଜ ହୋଇଛି ବାଇଶ ବର୍ଷ ତଳର ଅପରାଧ । ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଦୁଇଦିନିଆ ରିମାଣ୍ଡରେ ନେଇଥିବା ସିବିଆଇ ଆଜି ସିନ୍ ରିକ୍ରିଏଟ୍ କରିଥିଲା । ବାରଙ୍ଗ ରାସ୍ତାରେ କେଉଁଠି ଏବଂ କେମିତି ଅପରାଧ ରଚାଇଥିଲା ବିବନ, ତାକୁ ନେଇ ତନାଘନା ଚଳାଇଛି ସିବିଆଇ । ବାଇଶ ବର୍ଷ ପରେ ଧରାପଡିଥିବା ବିବନର ଅପରାଧକୁ ପ୍ରମାଣିତ କରିବା ପାଇଁ ସିବିଆଇର ତଦନ୍ତକାରୀ ଅଧିକାରୀମାନେ ପୁରା ଦମରେ ଲାଗିପଡିଛନ୍ତି । ଗତ ବୁଧବାର ଦିନ ଝାରପଡା ଜେଲରେ ବିବନର ଟିଆଇ ପରେଡ ହୋଇଥିଲା । ଆଜି ରିମାଣ୍ଡର ଶେଷ ଦିନ ଥିବାରୁ ତଦନ୍ତକାରୀ ଅଧିକାରୀମାନେ ବିବନ ରଚାଇଥିବା ଅପରାଧର ପ୍ରମାଣ ସଂଗ୍ରହରେ ଲାଗିପଡିଥିଲେ । ଏପରିକି କେମିତି ବିବନ ଅପରାଧ ଘଟାଇବା ପରେ ଓଡିଶା ବାହାରକୁ ଚାଲି ଯାଇଥିଲା ଏବଂ ଫେରାର ହେବା ପଛରେ କିଏ ସହାୟତା କରିଥିଲା, ତାକୁ ନେଇ ମଧ୍ୟ ଖୋଳତାଡ କରୁଛି ସିବିଆଇ..

LEAVE A REPLY

Please enter your comment!
Please enter your name here