ଗାନ୍ଧୀ ଜୟନ୍ତି ଅବସରରେ ପରଦା ଉପରକୁ ଆସିଛି ବଲିଉଡ଼୍ ସୁପରଷ୍ଟାର ହ୍ରିତିକ୍ ରୋଶନ ଓ ଟାଇଗରର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାରର’ । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଐତିହାସିକ ରେକର୍ଡ଼ ସୃଷ୍ଟି କରିଦେଇଥିଲା ‘ୱାରର’ । ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଥିଲା । ଶୁକ୍ରବାର ଠାରୁ ଫିଲ୍ମର ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଥିଲା । ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ନେଇ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକଙ୍କ ସମେତ ସେଲିବ୍ରିଟ୍ ମାନେ ମଧ୍ୟ ଖୁବ୍ ପ୍ରସଂଶା କରିଛନ୍ତି । ହ୍ରିତିକଙ୍କ ଅଭିନୟ ଉଚ୍ଚକୋଟିର ହୋଇଥିବା ବେଳେ ଓ ଟାଇଗରଙ୍କ ଅଭିନୟ ମଧ୍ୟ ହୃଦୟକୁ ଛୁଇଁଥିବା ଦର୍ଶକ କହିଛନ୍ତି । ଏହି ଚଳଚ୍ଚିତ୍ରରେ ବାଣୀ କପୁର ନାୟିକାଭାବେ ଅଭିନୟ କରିଥିବା ବେଳେ ମାତ୍ର ତାଙ୍କର ଖାସ୍ ଭୂମିକା ଦେଖିବାକୁ ମିଳିନାହିଁ । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ସିଦ୍ଧାର୍ଥ ଆନନ୍ଦ । ଚଳଚ୍ଚିତ୍ର ଭରପୁର ଆକ୍ସନ, ହ୍ରିତିକ୍ ରୋଶନ ଓ ଟାଇଗରର ଶ୍ରଫଙ୍କ ଡ଼୍ୟାନ୍ସର ଯାଦୁ ଦେଖିବାକୁ ମିଳିଛି । ଟାଇଗର ସ୍ରଫ, ହ୍ରିତିକ୍ ରୋସନଙ୍କ ବଡ଼ ପ୍ୟାନ୍ । ୨୦୧୩ ମସିହାରେ ହ୍ରିତିକ୍ ରୋସନଙ୍କ ସୁପର ହିଟ୍ ଫିଲ୍ମ କ୍ରିସ୍-୩ ରିଳିଜ୍ ହୋଇଥିବାବେଳେ ସେହି ବର୍ଷ ଟାଇଗର ସ୍ରଫଙ୍କ “ହିରୋପନ୍ଥୀ’ ଫିଲ୍ମ ରିଲିଜ୍ ହୋଇଥିଲା ।

LEAVE A REPLY

Please enter your comment!
Please enter your name here