ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଏନେଇ ଟୁଇଟ ମାଧ୍ୟମରେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ସେ ଲେଖିଛନ୍ତି , ଭଲ ସ୍ୱାମୀ-ସ୍ତ୍ରୀ ନହୋଇପାରିଲେ ମଧ୍ୟ ଚିରଦିନ ପାଇଁ ଆମେ ଭଲ ବନ୍ଧୁ ହୋଇରହିବା । ପରିବାର, ଫ୍ୟାନ୍ସ ସମସ୍ତଙ୍କ ତରଫରୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଷ୍ଟାର କପଲ ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ରହିଛି । ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କୋର୍ଟରେ ଚାଲିଛି । ଉଭୟ ଉଭୟଙ୍କ ଉପରେ ଅଭିମାନ କରିଛନ୍ତି । କିଏ କାହା ସହ ଭେଟିବା ତ ଦୂରର କଥା କଥା ମଧ୍ୟ ହେଉନାହାଁନ୍ତି । କିନ୍ତୁ ବର୍ଷା ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ସରପ୍ରାଇଜ୍ ଦେଇଛନ୍ତି ଅନୁଭବ ।

LEAVE A REPLY

Please enter your comment!
Please enter your name here