ଇସ୍ତଫା ଦେଲେ ପୂର୍ବତନ ଇଣ୍ଡିଆ କ୍ରିକେଟ୍ ଅଧିନାୟକ କପିଲ ଦେବ | ସିଏସି ବା କ୍ରିକେଟ ଏଡଭାଇଜରି କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି କପିଲ ଦେବ । ବିସିସିଆଇର ଏଥିକ୍ସ କମିଟିର ନୋଟିସ ପରେ କପିଲ ଦେବ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ ଔପଚାରିକ ଭାବେ ଘୋଷଣା କରିପାରନ୍ତି ସିଓଏ ବିନୋଦ ରାୟ । କପିଲ ତାଙ୍କର ଇସ୍ତଫା ପତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ପରିଚାଳନା ଲାଗି କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସଙ୍କୁ ଇମେଲ ମାଧ୍ୟମରେ ପଠାଇ ଦେଇଛନ୍ତି । ତେବେ କପିଳ ନିଜ ଇସ୍ତଫାରେ କୌଣସି କାରଣ ଦର୍ଶାଇନଥିବା ଜଣାପଡିଛି |
ସୂଚାନଯୋଗ୍ୟ, ୨୦୧୯ ଜୁଲାଇ ମାସରେ କପିଲ ଦେବଙ୍କୁ କ୍ରିକେଟ ଆଡଭାଇଜରି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ ଚୟନ ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଥିଲା । ତେବେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଆଜୀବନ ସଦସ୍ୟ ଡି.କେ ଜୈନ୍ ଅଭିଯୋଗ ଆଣିଥିଲେ କି କପିଳ୍ ଦେବ ଓ ଶାନ୍ତା ରଙ୍ଗାସ୍ୱାମୀ ବ୍ୟବସାୟ ଓ ଅନ୍ୟ କାର୍ଯ୍ୟାକଳାପରେ ସଂପୃକ୍ତି ଥିବାରୁ ଏପରି ପଦବିରେ ରହିବା ଯୁକ୍ତିଯୁକ୍ତ ନୁହେଁ ।

LEAVE A REPLY

Please enter your comment!
Please enter your name here