ବର୍ତ୍ତମାନ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା. ଆଉ ଏଥିରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଯୋଗୀ ଆଦିତ୍ୟନାଥ ଓ ଅମିତ ଶାହାଙ୍କ ପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭରେ ବୁଡ ପକାଇବେ ବୋଲି ସୂଚନା ମିଳିଛି. ପୂର୍ଣ୍ଣିମା ଅବସରରେ ମୋଦି ତ୍ରିବେଣୀ ସଙ୍ଗମରେ ଏହି ସ୍ନାନ କରିବେ. ଆସନ୍ତା 19 ତାରିଖରେ ମୋଦି ପ୍ରୟାଗରାଜ ଗସ୍ତ କରିବେ. ‘ଏହି ଅବସରରେ ସାରା ଦେଶ ମୋଦିଙ୍କୁ ଧନ୍ୟବାଦ ଦେଉଛି. କାରଣ ତାଙ୍କ ମାର୍ଗଦର୍ଶନ ପାଇଁ ଆଜି କୁମ୍ଭକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି’ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ.

 

LEAVE A REPLY

Please enter your comment!
Please enter your name here