ଆଧୁନିକ ଜୀବନରେ ଷ୍ଟାଇଲିସ୍ ଦିଶିବା ପାଇଁ ସମସ୍ତେ ଚାହାଁନ୍ତି ଏବଂ ଲୋକଙ୍କ ଭିଡ ଭିତରେ ଟିକେ ଅଲଗା ଲାଗିବା ପାଇଁ ଚେଷ୍ଟା କରନ୍ତି. ଫ୍ୟାଶନର ପରିବର୍ତ୍ତନ ସାଙ୍ଗକୁ ଆକର୍ଷିତ ଲାଗିବା ପାଇଁ ଆଜିକାଲିର ଯୁବପିଢି ବେଶି ଅନଲାଇନ ସପିଂକୁ ଗୁରୁତ୍ୱ ଦେଉଛନ୍ତି. ତେବେ ସବୁଠୁ ମଜାଦାର କଥା ହେଉଛି, ଅନଲାଇନରେ ପୋଷାକ କିଣୁଥିବା ଏମିତି କିଛି ଗ୍ରାହକ ଅଛନ୍ତି, ଯେଉଁମାନେ ନୂଆ ଡ୍ରେସ ପିନ୍ଧି ଫଟୋ ପୋଷ୍ଟ କରିବା ପରେ ପୁଣି ଫେରାଇ ଦେଉଛନ୍ତି. ଏହି ଟ୍ରେଣ୍ଡକୁ ଆଉଟ ଫିଟ୍ ଅଫ୍ ଦ ଡେବୋଲି କୁହାଯାଇଛି. ବାକରେଲ୍ ୟାର୍ଡ ରିସର୍ଚ ର ସୂଚନା ମୁତାବିକ, U.K ରେ 10 ଟି ଲୋକଙ୍କ ମଧ୍ୟରୁ ଜଣେ ଲୋକ ଏମିତି ଅଛନ୍ତି, ଯିଏ ଅନଲାଇନ ପୋଷାକ କିଣି ଫଟୋ ପୋଷ୍ଟ କରିବା ପରେ ତାକୁ ଫେରାଇ ଦେଇଛନ୍ତି. ରିସର୍ଚ ପରେ ଜଣାପଡିଲା କି 35ରୁ 44 ବର୍ଷ ପର୍ଯ୍ୟନ୍ତ ଥିବା ପୁରୁଷ ଓ ମହିଳା ମାନଙ୍କ ଭିତରୁ ପ୍ରାୟ 17 ଜଣ ଏମିତି କରିବାକୁ ପସନ୍ଦ କରନ୍ତି, କାରଣ ସେମାନଙ୍କୁ ଗୋଟିଏ ସପିଂ ଭଲ ଲାଗୁନଥିଲା. ଏହି ରିସର୍ଚରେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି, ମହିଳା ମାନଙ୍କ ଅପେକ୍ଷା ବେଶି ପୁରୁଷମାନେ ଗୋଟିଏ ଦିନ ପାଇଁ ସପିଂ କରି ପୋଷାକ ଫେରାଉଥିଲେ. ପାଖାପାଖି 12ଜଣ ପୁରୁଷ ଏପରି କରୁଥିବା ଜଣାପଡିଛି ଏବଂ 7 ଜଣ ମହିଳାଙ୍କୁ ତାଙ୍କ ସାଙ୍ଗ ଗୋଟିଏ ଡ୍ରେସକୁ ଅଧିକ ଥର ପିନ୍ଧିବା ସେମାନଙ୍କୁ ପସନ୍ଦ ଲାଗେନି ବୋଲି କହିଛନ୍ତି. ତେବେ ଏଭଳି ଘଟଣା ଅନଲାଇନ ବ୍ୟବସାୟୀଙ୍କ ଚିନ୍ତା ବଢେଇ ଦେଇଛି.

LEAVE A REPLY

Please enter your comment!
Please enter your name here