ବକ୍ସ ଅଫିସର ରେସରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୋଲ୍ଡ’ ଜନ୍ ଆବ୍ରହାମ୍ ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ କୁ ପଛରେ ପକାଇ ବାଜି ମାରିଛି । ଫାଷ୍ଟ ଡେ କଲେକ୍ସନରେ ଅକ୍ଷୟ ଜନଙ୍କ ଠାରୁ ଆଗକୁ ବାହାରି ଯାଇଛନ୍ତି । ଦେଶର ପ୍ରଥମ ଅଲମ୍ପିକ ଗୋଲ୍ଡ ମେଡଲର କାହାଣୀ ଦର୍ଶାଇଥିବା ଫିଲ୍ମ ‘ଗୋଲ୍ଡ’ ପ୍ରଥମ ଦିନରେ ୨୫ କୋଟି ୨୫ ଲକ୍ଷ ଟଙ୍କା ବିଜିନେସ କରିଛି । ଏହା ସହିତ ଗୋଲ୍ଡ ଏ ବର୍ଷର ତୃତୀୟ ସବୁଠାରୁ ଅଧିକ ଫଷ୍ଟ ଡେ କଲେକ୍ସନ କରିଥିବା ଫିଲ୍ମ ହୋଇସାରିଛି ।
ଅନ୍ୟପଟେ ସତ୍ୟମେବ ଜୟତେ ପ୍ରଥମ ଦିନରେ ୨୦ କୋଟି ୫୨ ଲକ୍ଷ ବିଜିନେସ କରିଛି । ‘ସତ୍ୟମେବ ଜୟତେ’ର ବିଜିନେସ ଯଦିଓ ‘ଗୋଲ୍ଡ’ଠାରୁ କମ ରହିଛି ତଥାପି ରେକର୍ଡ କରିବା ମାମଲାରେ ଏହା ପଛରେ ରହିନାହିଁ ।

LEAVE A REPLY

Please enter your comment!
Please enter your name here