ଦଶହରା ପୂଜା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଛି ପୂଜା ଭେଟି | ପଞ୍ଚମ ଥର ପାଇଁ ଆରବିଆଇ ରେପୋ ରେଟ୍ ହ୍ରାସ କରିଛି | ଭାରତୀୟ ରିର୍ଜଭ ବ୍ୟାଙ୍କର ଛଅ ଜଣିଆ ମୌଦ୍ରିକ ନୀତି ଟିମ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି | ବୈଠକରେ ୦.୨୫ ପ୍ରତିଶତ ଋଣ ହାର ହ୍ରାସ କରିବା ପରେ ୪.୯ ପ୍ରତିଶତ ହୋଇଛି ରେପୋ ରେଟ୍ | ଆରବିଆଇର ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି | ଯେଉଁମାନେ ବ୍ୟାଙ୍କରୁ ଋଣ ନେବେ ଏବଂ ଆଗାମୀ ଦିନରେ ଇଏମଆଇ ଦେଉଦେବେ ସେମାନଙ୍କୁ କମ୍ ଆର୍ଥିକ ବୋଝ ସମ୍ଭାଳିବାକୁ ପଡ଼ିବ | ଏଥିସହ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୯ ପରିବର୍ତ୍ତେ ୬.୧ ରହିବ ବୋଲି ଆକଳନ କରିଛି ଆରବିଆଇ | ଦେଶରେ ଅର୍ଥନୀତି ଏବେ ଧିମା ରହିଛି | ଏହାକୁ ଆଗକୁ ବଢ଼ାଇବାକୁ ଯାଇ ଆରବିଆଇ ଲଗାତର ଭାବରେ ବଜାର ବାବଦରେ ସମୀକ୍ଷା କରି ରେପୋ ରେଟ୍ କମାଉଛି ବୋଲି ଅର୍ଥବିଶାରଦ ପ୍ରତିକ୍ରିୟାରେ କହିଛନ୍ତି | ଗତ ଛଅ ବର୍ଷରେ ସବୁଠୁ କମ୍ | ଦେଶର ଅର୍ଥବ୍ୟବସ୍ଥା ମାନ୍ଦା ଅବସ୍ଥା ଦେଇ ଗତି କରୁଥିବା ବେଳେ ଏହାକୁ ଟ୍ରାକକୁ ଆଣିବା ପାଇଁ ସରକାର ଓ ଆରବିଆଇ ମିଳିତ ଭାବେ ବିଭିନ୍ନ ପଦକ୍ଷେପ ନେଉଛନ୍ତି | ଆଗକୁ ମଧ୍ୟ ଆହୁରି ରେପୋରେଟ୍ କମିବା ନେଇ ସମ୍ଭାବନା ରହିଛି |

LEAVE A REPLY

Please enter your comment!
Please enter your name here