ଝାଡ଼ଖଣ୍ଡର ରାଞ୍ଚି ଅନ୍ତର୍ଗତ ଦଶମ ପ୍ରପାତରେ ମୁହାଁମୁହିଁ ହେଲେ ପୁଲିସ ଓ ମାଓବାଦୀ | ଉଭୟଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଯାଇଛନ୍ତି | ଯବାନଙ୍କ ମୃତ୍ୟୁକୁ ନେଇ ଶୋକପ୍ରକାଶ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ | ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟସ୍ଥ ଦଶମ ପ୍ରପାତ ନିକଟରେ ନିଷେଧ ମାଓ ସଂଗଠନ ‘ସିପିଆଇ’ର କେତେକ ସଦସ୍ୟ ଉପସ୍ଥିତ ଥିବାନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ନିରାପତ୍ତା ବଳ ଘଟଣାସ୍ଥଳରେ ପହଁଚି ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ | ତେବେ ଯବାନଙ୍କ ଉପସ୍ଥିତି ଜାଣିବା ପରେ ମାଓବାଦୀମାନେ ପ୍ରଥମେ ଗୁଳି ବର୍ଷା କରିଥିଲେ | ଯାହାର ପାଲଟା ଜବାବ ଦେଇଥିଲେ ଯବାନ | ଉଭୟଙ୍କ ମଧ୍ୟରେ ବହୁତ ସମୟ ଧରି ଗୁଳି ବର୍ଷା ଲାଗିରହିଥିଲେ | ତେବେ ମାଓବାଦୀଙ୍କ ଗୁଳି ଦୁଇ ଜଣ ଯବାନଙ୍କ ଦେହରେ ଲାଗିଥିଲା | ଜଣକୁ ମୃତାବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ଜଣେ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି | ପୋଲିସ ଘଟଣା ସ୍ଥଳରେ କମ୍ବିଙ୍ଗ ଅପରେସନ ଜୋରଦାର କରିଦେଇଛି |

LEAVE A REPLY

Please enter your comment!
Please enter your name here