ପୂଜା ପରେ ନନାଙ୍କଠୁ ଆର୍ଶୀବାଦ ନ ନେଲେ କାର୍ଯ୍ୟ ସିଦ୍ଧି ହେବନି । ଆଉ ପୂଜାର୍ଚ୍ଚନା ପରେ ନନାଙ୍କୁ ଦକ୍ଷିଣା ଦେଇ ଆଶୀର୍ବାଦ ନେବାର ପରଂପରା ରହିଛି । ମାତ୍ର ନନାଙ୍କ ବିଚିତ୍ର ଆଶୀର୍ବାଦ ଦେଖିଲେ ଆପଣ ତାଜୁବ୍ ହୋଇଯିବେ । ଆମେ ହାତରେ ଆଶୀର୍ବାଦ ଦେବା ଦେଖିଛେ । କିନ୍ତୁ ଆଶୀର୍ବାଦ ଦେବା ପାଇଁ ଏ ନନାଙ୍କ ହାତ ଉଠୁନି । ଆସନ୍ତୁ ନନାଙ୍କ ଆଶୀର୍ବାଦ ଦେବାର ନୂଆ ତରିକା ଦେଖିବା । ଏ ଦୃଶ୍ୟ ଦେଖନ୍ତୁ, ଦଶହରାରେ ଗାଡି ପୂଜା କରିବା ପାଇଁ ନନା ହାଜର ହେଲେ । ତଳେ ଧାଡି ବାନ୍ଧି ବସିଛନ୍ତି ଗାଡି ଚାଳକମାନେ । ନନା ମନ୍ତ୍ର ପଢି ପାଣି ଛିଞ୍ଚି ଦେଲେ । ଏବେ ଦେଖନ୍ତୁ ନନା କେମିତି ଆଶୀର୍ବାଦ କରୁଛନ୍ତି । ହାତରେ ନୁହଁ, ନନା ସିଧା ପାଦ ଉଠେଇ ମୁଣ୍ଡ ଉପରେ ଥୋଇଲେଣି । ନନାଙ୍କ ଆଶୀର୍ବାଦରେ ଯଜମାନ ବି ଖୁସି । ଏମିତି ଏକ ଭିଜୁଆଲ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଭିଜୁଆଲଟି ଖୋର୍ଦ୍ଧା ବାଣପୁର ଅଞ୍ଚଳର ବୋଲି କୁହାଯାଉଛି । ଦଶହରା ଅବସରରେ ଗାଡି ପୂଜା ସମୟର ଏ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ ।
ବ୍ୟୁରୋ ରିପୋର୍ଟ, ତକ୍ଷକ ନ୍ୟୁଜ

LEAVE A REPLY

Please enter your comment!
Please enter your name here