ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ . ଜଣେ ମା ତା ନିଜ ସନ୍ତାନ ସହ ମରିବାକୁ ବି ନିଷ୍ପତ୍ତି ନେଇପାରେ. ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବ୍ରହ୍ମପୁର ଷ୍ଟେସନରେ. ଗଂଜାମ ମଚ୍ଛାକୋଟ ଗାଁର ଜଣେ ମହିଳା ୨ଝିଅକୁ ଧରି ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଥିବା ଭଳି ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଝିଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗଂଜାମ ଜିଲ୍ଲା ବରଗଡ଼ ଥାନା ମଚ୍ଛାକୋଟ ଗାଁରେ ଉଚ୍ଛବ ଭଞ୍ଜ ଓ ତାଙ୍କ ସ୍ତ୍ରୀ ରମା ଭଞ୍ଜ ତାଙ୍କର ୨ଝିଅଙ୍କୁ ନେଇ ରହୁଥିଲେ । ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୁଏ । ରମାଙ୍କୁ ଉଚ୍ଛବ ମାଡ଼ ମଧ୍ୟ ମାରନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ରମା ତାଙ୍କର ୨ଝିଅଙ୍କୁ ଧରି ଆଜି ବ୍ରହ୍ମପୁର ଚାଲିଆସିଥିଲେ । ରମା ୨ଝିଅଙ୍କୁ ଧରି ବ୍ରହ୍ମପୁର ରେଳଷ୍ଟେସନରୁ ଇଚ୍ଛାପୁର ଯାଉଥିବା ଏକ ଟ୍ରେନ ସମ୍ମୁଖକୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ରମାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହ ମୃତ ମହିଳାଙ୍କ ସ୍ୱାମୀ ଉଚ୍ଛବଙ୍କୁ ଅଟକ ରଖି ପଚରାଉଚରା କରୁଛି

LEAVE A REPLY

Please enter your comment!
Please enter your name here