ବିଜେପୁରରେ ଆଜି ହାଇପ୍ରୋଫାଇଲ ପ୍ରଚାର । ଗୁରୁବାର ଠାରୁ ବିଜେଡି ପ୍ରାଥ୍ରୀ ରୀତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିବାବେଳେ ଆଜି ବିଜେପି ବି ପ୍ରଚାର ମøଇଦାନକୁ ଓହ୍ଲାଇଛି । ଆଜି ବିଜେପୁରରେ ପ୍ରଚାର କରିବେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ବିଜେପୁର ଏନଏସି , ବନ୍ଧପାଲି, ଗୋପେଇପାଲି, ବରପାଲି ବ୍ଲକ ଏବଂ ଏନଏସିରେ ରୋଡ ସୋ ଏବଂ ନିର୍ବାଚନୀ ସଭା କରିବେ ଧର୍ମେନ୍ଦ୍ର । ପୂର୍ବରୁ ବିଜେପୁର ଗାଇସିଲଟରେ ପ୍ରଚାର କରି ସାରିଛନ୍ତି ଧର୍ମେନ୍ଦ୍ର । ଗୁରୁବାର ଗାଁ ଗାଁ ବୁଲି ପ୍ରଚାର କରିଥିଲେ ବିଜେପି ପ୍ରାର୍ଥୀ ସନତ ଗଡତିଆ । ବିଭିନ୍ନ ସ୍ଥାନରେ ରୋଡ ଶୋ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟରଙ୍କ ପାଖରେ ପହଁଞ୍ଚିଥିଲେ । ସନତଙ୍କ ପାଇଁ ପ୍ରଚାର କରିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଜିଲ୍ଲା ସଭାପତି ଅରୂପା ନନ୍ଦ ସାହୁ । ସେହିପରି ସାଂସଦ ସୁରେଶ ପୂଜାରି ଓ ରେଙ୍ଗାଲି ବିଧାୟକ ନାଉରୀ ସାହୁ ମଧ୍ୟ ସନତଙ୍କ ପାଇଁ ପ୍ରଚାର କରିଥିଲେ ।

LEAVE A REPLY

Please enter your comment!
Please enter your name here