ସରିଯାଇଛି ବିଜେପୁର ଭୋଟ ଗଣତି । ରେକର୍ଡ ସହ ବିଜୟୀ ହେଲେ ବିଜେଡିର ରୀତା ସାହୁ । ରୀତା ପାଇଲେ ମୋଟ ୧,୩୫, ୯୫୭ । ବିଜେପିର ସନତ ଗଡତିଆଙ୍କୁ ୩୭, ୯୬୭ ଭୋଟ । କଂଗ୍ରେସର ଦିଲ୍ଲୀପ ପଣ୍ଡା ପାଇଲେ ମାତ୍ର ୫୮୭୬ ଭୋଟ । ଗତ ନିର୍ବାଚନରେ ବିଜୟ ବ୍ୟବଧାନକୁ ଟପି ରେକର୍ଡ କଲେ ରୀତା । ମୋଟ ୯୭,୯୯୦ ଭୋଟରେ ଜିତି ରେକର୍ଡ କଲେ । ଗତ ନିର୍ବାଚନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ସର୍ବାଧିକ ବ୍ୟବଧାନରେ ଜିତିଥିଲେ । ଖଣ୍ଡପଡାରୁ ସୌମ୍ୟ ୮୧, ୪୩୦ ଭୋଟରେ ଜିତିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟପିଗଲେ ରୀତା

LEAVE A REPLY

Please enter your comment!
Please enter your name here