ସମ୍ଭାବ୍ୟ ବାତ୍ୟା ଆଲୋଚନା ନେଇ ଏସଆରସିଙ୍କ ପେସମିଟ୍ । ବାତ୍ୟା ରୂପରେଖ, କେଉଁ ଦିଗକୁ ଯିବ, ଏଯାଏ ସ୍ୱଷ୍ଟ ହୋଇନି’ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଓଡିଶା ଉପକୂଳ ଛୁଇଁନପାରେ । ବାତ୍ୟା ହେଲେ ତାହା ଓଡିଶା ଉପକୂଳ ଛୁଇଁନପାରେ ବୋଲି ଆକଳନ । ଉତ୍ତର ଆଣ୍ଡାମାନରେ ଥିବା ଲଘୁଚାପ ଡିପ୍ରେସନ ରୂପ ନେଇଛି । ପାରାଦୀପ ଠାରୁ ୯୫୦ କିମି ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ରହିଛି । ବାଂଲାଦେଶଠାରୁ ଡିପ୍ରେସନଟି ଏବେ ୧୦୦ କିମି ଦୂରରେ । ଆଉ ୧୨ ଘଣ୍ଟା ଭିତରେ ଡିପ ଡିପ୍ରେସନରେ ରୂପାନ୍ତରିତ ହେବ । ୨୪ ଘଣ୍ଟା ଭିତରେ ଘୂର୍ଣ୍ଣିଝଡ ବା ବାତ୍ୟାରେ ରୂପାନ୍ତରିତ ହେବ । ବାତ୍ୟା ହେଲେ କେଉଁ ଦିଗକୁ ଯିବ ସ୍ପଷ୍ଟ ସୁଚନା ଏଯାଏ ଆସିନି । ପାଣିପାଗ ବିଭାଗର ସୁଚନା ଅନୁସାରେ,ଓଡିଶା ଉପକୂଳ ଛୁଇଁ ନପାରେ । ବାତ୍ୟା ହେଲେ ତାହା ପଶ୍ଚିମବଙ୍ଗ ବା ବାଲାଂଦେଶକୁ ମୁହାଁଇପାରେ । ତେବେ ୮ ତାରିଖ ଠାରୁ ଓଡିଶା ଉପକୂଳରେ ବର୍ଷା ହେବ ବୋଲି ଏସଆରସି ସୁଚନା ଦେଇଛନ୍ତି । ସାମାନ୍ୟ ଓ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ପାଇଁ ଆମେ ପ୍ରସ୍ତୁତ ରହିବା । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସୂଚନାକୁ ବିଶ୍ୱାସ କରିବାକୁ ଏସଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here