ପିଲାଙ୍କୁ ପାଠ ପଢାଇବା ପାଇଁ ସାର୍ ସରକାରଙ୍କଠୁ ଦରମା ନେଉଛନ୍ତି, ତାପରେ ବି ଟିଉସନ କରୁଛନ୍ତି. ଯଦିଓ ଟିଉସନ କରିବା ନେଇ ସରକାରୀ ସ୍କୁଲ ଶିକ୍ଷକଙ୍କ ଉପରେ କଟକଣା ରହିଛି. ସରକାରୀ କଟକଣାକୁ ନମାନି ସାର୍ ତାଙ୍କ ଘରେ କି ସ୍କୁଲ ବାହାରେ କୋଉଠି ଟିଉସନ କରିଥିଲେ ବି ଆମର କିଛି କହିବାର ନଥିଲା. କିନ୍ତୁ ସରକାରୀ ନିୟମ ଭାଙ୍ଗି ସରକାର ଟିଉସନ ତ କରୁଛନ୍ତି, ପୁଣି ସରକାରଙ୍କ ସ୍କୁଲ ଘରେ. ଆସନ୍ତୁ ଯିବା, ସରକାରୀ ନିୟମକୁ ଫୁ କରି ପିଲାଙ୍କୁ ପାଠ ପଢାଉଥିବା ସାରଙ୍କୁ ଭେଟିବା.
ସ୍ଥାନ ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଗହମପାଳ ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ. ସ୍କୁଲ ଘର ଭିତରେ ପିଲାଙ୍କୁ ପାଠ ପଢାଉଛନ୍ତି ସାର୍ . ଲୁଙ୍ଗି, ଗାମୁଛା ପିନ୍ଧି ପିଲାଙ୍କୁ ଟିଉସନ କରୁଥିବା ଏ ସାର୍ ହେଉଛନ୍ତି ସୁକାନ୍ତ ସେଠୀ. ଖୋଦ୍ ସେଠୀ ସାର୍ ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ବରେ ବି ଅଛନ୍ତି. ସବୁଠୁ ବଡ କଥା ହେଉଛି, ସ୍କୁଲ ଭିତରେ ଏ ବିଚିତ୍ର ବେଶଭୁଷାରେ ଥିବା ପ୍ରଧାନଶିକ୍ଷକଙ୍କ ବେପରଓା ବୟାନ. ଶୁଣନ୍ତୁ କଣ କହୁଛନ୍ତି ସାର୍..
ସାର୍ କହୁଛନ୍ତି, ମୋ ଟିଉସନ କରିବା କଥା ବିଇଓଙ୍କଠୁ ଆରମ୍ଭ କରି ସରପଞ୍ଚଙ୍କ ଯାଏଁ ସମସ୍ତେ ଜାଣିଛନ୍ତି. ସବୁଜାଗାରେ ଏମିତି ଟିଉସନ ହେଉଛି, ଏ କିଛି ନୂଆ କଥା ନୁହେଁ. ଆପଣ ଯାହା କରିବା କଥା କରନ୍ତୁ.
ସ୍କୁଲ ଭିତରେ ଏ ବିଚିତ୍ର ଦୃଶ୍ୟ ଏବଂ ବେଫିକର ବୟାନ କହୁଛି, ସରକାରୀ ନିୟମକାନୁନକୁ କେମିତି ସମ୍ମାନ ଦେଉଛନ୍ତି ପ୍ରଧାନଶିକ୍ଷକ.

LEAVE A REPLY

Please enter your comment!
Please enter your name here