କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଉଦେସୁରୁଙ୍ଗ ଗ୍ରାମପଞ୍ଚାୟତ ଡୁଙ୍ଗରି ଗୁଡା ଗାଁର ଶଶୀଧର ଅଘରୀଆ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସେ ସକାଳୁ ଶୌଚ ହେବା ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ଜଙ୍ଗଲି ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଏନେଇ ସେ ପାଟି କରିବାରୁ ଆଖପାଖରେ ଥିବା ଗ୍ରାମବାସୀ ଆସିବାରୁ ଭାଲୁ ଘଟଣାସ୍ଥଳରୁ ପଳେଇ ଯାଇଥିଲା । ପରେ ଶଶୀଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଭର୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ୱଭାବିକ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here