ଖୋର୍ଦ୍ଧା ପିଏନ କଲେଜ ସମ୍ମୁଖ ଏନଏଚରୁ ମର୍ମୁଷ ର୍ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପିଡୀତା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ମର୍ମୁଷ ଅବସ୍ଥାରେ ଯବୁତୀଙ୍କୁ ଦୁବୃର୍ତ୍ତ ମାନେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । କିଭଳି ପରିସ୍ଥିତିରେ ଏଭଳି ଜଘନ୍ୟ ଘଟଣା ଘଟିଲା । ଦୁବୃର୍ତ୍ତ ମାନଙ୍କ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରିନି । ଖୋର୍ଦ୍ଧା ଏସପି ମେଡିକାଲରେ ପହଁଞ୍ଚି ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଘଟଣା ସମ୍ପର୍କରେ ତାଙ୍କୁ ପଚରା ଉଚରା କରିଛନ୍ତି । ସୂଚନା ଅନୁଯାୟୀ, ଚଳନ୍ତା କାରରୁ ଯୁବତୀ ଜଣଙ୍କୁ ଠେଲି ଦିଆଯାଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ଯୁବତୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟସ୍ଥ ୧୬ ନଂ ଜାୟୀୟ ରାଜପଥ କଡ଼ରୁ ଉଦ୍ଧାର କରାଯାଇଛି । ରାସ୍ତା କଡ଼ରେ ପଡ଼ିଥିବା ବେଳେ କିଛି ସ୍ଥାନୀୟ ଯୁବକ ଅଗ୍ନିଶମ ଅଫିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପୀଡିତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲା । ବୁଧବାର ରାତି ପ୍ରାୟ ୧୨ଟାରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପାଇବା ପରେ ଏସପିଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମାମଲାକୁ ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରିଥିଲେ । ପୋଲିସ ସୂଚନା ଅନୁଯାୟୀ, ଖୋର୍ଦ୍ଧା ପୋଲିସ ଏବଂ ଖଣ୍ଡଗିରି ପୋଲିସ ପୀଡ଼ିତାଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here