ଅପରାହ୍ନରୁ ପବନ ବଢିବ । ବାତ୍ୟା ବୁଲ୍ ବୁଲ୍ କୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ପାରାଦୀପ ଠାରୁ ପ୍ରାୟ ୩୫୦ କିମି ଦୂରରେ ବୁଲ୍ ବୁଲ୍ କେନ୍ଦ୍ରୀଭୂତ । ପାରାଦୀପ ଠାରୁ ୧୩୪ କିମି ଦୂରରୁ ଅତିକ୍ରମ କରିବ ବୁଲ୍ ବୁଲ୍ । ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ଆଜିଠୁ ବର୍ଷା । ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁରରେ ପ୍ରବଳ ବର୍ଷିବ । ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବି ମଧ୍ୟମ ଧରଣର ବର୍ଷା ହେବ । ଆଜି ଅପରାହ୍ନରୁ ଉପକୂଳ ଓଡିଶାରେ ପବନ ବେଗ ବଢିବ । ‘କେନ୍ଦ୍ରାପଡା , ଜଗତସିଂହପୁର, ବାଲେଶ୍ୱର, ଭଦ୍ରକରେ ପବନ ବଢିବ । ଆଜି ୬୫ କିମି, କାଲି ୭୦ରୁ ୮୦ କିମି ବେଗରେ ପବନ ବଢିବ । ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ । ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ଏସଆରସି କହିଛନ୍ତି । ୯ ଜିଲ୍ଲାକୁ ଏନଡିଆରଏଫ, ଓଡ୍ରାଫ ଟିମ୍ ପଠାଯାଇଛି । ବାତ୍ୟା ସମୟରେ ଘରୁ ନ ବାହାରିବାକୁ ଏସଆରସିଙ୍କ ପରାମର୍ଶ

LEAVE A REPLY

Please enter your comment!
Please enter your name here