ପାକିସ୍ତାନର ମହିଳା ଆଇଏସଆଇ ଏଜେଣ୍ଟକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଓଡିଆ ଯବାନ ଗିରଫ । ରାଜସ୍ଥାନ ଜୟପୁର ରେଳ ଷ୍ଟେସନରୁ ପୋଲିସ ଦୁଇ ଜଣ ଯବାନଙ୍କୁ ଗିରଫ କରିଛି । ଜଣଙ୍କର ପ୍ରମାଣ ମିଳିନଥିବାରୁ ଜଣେ ଯବାନଙ୍କୁ ପୋଲିସ ଛାଡି ଦେଇଥିବାବେଳେ ଅନ୍ୟଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । କୋର୍ଟ ଚାଲାଣ ହୋଇଥିବା ଯବାନଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆଙ୍କରଡା ଲାଲ ବାହାଦୂର ମାର୍ଗ ବୋଲି ଜଣାପଡିଛି । ତେବେ ଏହି ଘଟଣା ପ୍ରଘଟ ହେବା ପରେ ସାରା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଓଡିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି । ରାଜସ୍ଥାନର ଜୟପୁର ରେଲୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୋଲିସ ଅଟକ ରଖିଥିଲା । ଏହାପରେ ଗତକାଲି ଦେଶର ତଥ୍ୟ ଚୋରି କରିବା ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି । ଅନ୍ୟଜଣେ ଯବାନ ମଧ୍ୟ ଏହି ମାମଲାରେ ସାମିଲ ଥିବା ଜଣାପଡିଛି । ହେଲେ ତାଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଗିରଫ କରାଯାଇନଥିବା ସୁଚନା ମିଳିଛି ।