ବାଜପେୟୀଙ୍କ ରାଜନୀତି କ୍ୟାରିଅର ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ ବଲିଉଡ ସହିତ ମଧ୍ୟ ତାଙ୍କର ଏକ ମଧୁର ସମ୍ପର୍କ ଥିଲା । ଏହା ଖୁବ୍ କମ ଲୋକ ଜାଣନ୍ତି। ବିଶେଷ କରି ଶାହାରୁଖଙ୍କ ସହିତ ତାଙ୍କର ସଂଯୋଗ ରହିଥିଲା। ବାଜପେୟୀଙ୍କ ବିୟୋଗରେ ଶାହାରୁଖ ଏକ ଲମ୍ବା ନୋଟ୍ ଲେଖି ଟୁଇଟ କରିଛନ୍ତି। ଶାହାରୁଖ ଲେଖିଛନ୍ତି ଯେ, ଦିଲ୍ଲୀରେ ହେଉଥିବା ଅଟଳଙ୍କ ଭାଷଣକୁ ଶୁଣିବା ପାଇଁ ତାଙ୍କ ବାପା ତାଙ୍କୁ ସାଙ୍ଗରେ ନିଅନ୍ତି। ତାଙ୍କ ସହିତ ସେ କବିତା, ଫିଲ୍ମ ରାଜନୀତି ବିଷୟରେ ଆଲୋଚନା କରିଥିଲେ। ଶାହରୁଖଙ୍କୁ ଅଟଳଙ୍କ କବିତାରେ ସ୍କ୍ରିନ ସେଆର କରିବାକୁ ସୁଯୋଗ ମିଳିଥିଲା। ଶାହାରୁଖ ଲେଖିଛନ୍ତି ଯେ , ତାଙ୍କର ଯିବା ଜଣେ ପିତା ତୁଲ୍ୟ ପୁରୁଷ ଏବଂ ମହାନ ନେତାଙ୍କ ଯିବା ସହିତ ସମାନ । ବ୍ୟକ୍ତିଗତ ଭାବରେ ମୁଁ ପିଲାଦିନର ଗୋଟିଏ ଭାଗକୁ ହଜାଇ ଦେଇଛି। ମୁଁ ଆପଣଙ୍କ ହସ ହସ ଚେହେରାକୁ ମିସ କରିବି ବାପଜୀ।

ଅନ୍ୟପଟେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର , ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋର୍ପାଙ୍କ ସହିତ  ଜଣାଶୁଣା ସିନେ ବ୍ୟକ୍ତିତ୍ୱ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here