କିଛିମାସ ପରେ ପୁଣି ଇଣ୍ଡଷ୍ଟ୍ରିକୁ ଫେରିବେ ବୋଲି ମନ ବଳାଇଛନ୍ତି କମେଡି କିଂ କପିଲ୍ ଶର୍ମା. ତେବେ ଏଥର କପିଲ୍ ଦୁଇଗୁଣା ଖୁସି ସହ ଟିଭି ପରଦାକୁ ଫେରୁଛନ୍ତି. ଗୋଟିଏ ପଟେ ଫ୍ୟାନ୍ ମାନଙ୍କୁ ନିଜର ବିବାହ ଭେଟି ଦେଉଥିବା ବେଳେ ଅନ୍ୟପଟେ ଏକ ନୂଆ ସୋ’ ସହ ଜବରଦସ୍ତ କମ୍ ବ୍ୟାକ୍ କରୁଛନ୍ତି. ସୂଚନା ଅନୁସାରେ, କପିଲ୍ ନିଜ ଗର୍ଲ ଫ୍ରେଣ୍ଡ ଗିନି ଚତରଥଙ୍କୁ ବିବାହ କରିବେ. ତେବେ ଏହି ବିବାହ ଡିସେମ୍ବର ମାସରେ ଚଣ୍ଡିଗଡରେ ଅନୁଷ୍ଠିତ ହେବ ବୋଲି ଶୁଣାଯାଉଛି. ଏହି ବିବାହ 4 ଦିନ ଧରି ଅନୁଷ୍ଠିତ ହେବ. ଯେଉଁଥିରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ପଞ୍ଜାବରେ ନଜର ଆସିବେ. ଏହାପରେ ଦିୱାଲୀରେ କପିଲ୍ ନୂଆ ସୋ’ ମାଧ୍ୟମରେ ନିଜ ଫ୍ୟାନ୍ ମାନଙ୍କ ପାଖକୁ ଫେରିବେ.

 

LEAVE A REPLY

Please enter your comment!
Please enter your name here