ବିଧାନସଭାର ଶୀତ ଅଧିବେସନ ଆରମ୍ଭରୁ ବିରୋଧୀ ଖୁବ୍ ଗରମ ଦେଖାଇଲେ. ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଯାଜପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଗୃହକୁ ଅଚଳ କଲେ. ଆରମ୍ଭରୁ ନାରାବାଜି ଦେଇ ସବୁ କାର୍ଯ୍ୟ ବାତିଲ କରି ପ୍ରଥମେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ କହିଲେ. ମାତ୍ର ଆଲୋଚନା ହେଲା ବେଳକୁ ପଛଘୁଞ୍ଚା ଦେଲା ବିଜେପି. ମୁଖ୍ୟ ବିରୋଧୀ ଦଳ ବିଜେପି ବିଧାୟକମାନେ ନାରାବାଜିରେ ମାତିଲେ. ବିରୋଧୀ କଂଗ୍ରେସ ବିଧାୟକମାନେ ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ ଆଲୋଚନା କଲେ. ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିବା କଥା, ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବିଜେପି ଦେଇଥିଲା. ମାତ୍ର ପରବର୍ତ୍ତୀ ସମୟରେ ବିଜେପି ମୁଲତବୀ ନୁହେଁ, ମୋସନ ଆଣି ଆଲୋଚନା କରିବାକୁ କହିଲେ. ତେଣୁ ଆମୋ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କଲୁ. ଗୃହର ବିଧି ବ୍ୟବସ୍ଥା ଅନୁଯ଼ାୟୀ ଥରେ ବ୍ୟୟ ମଂଜୁରୀ ବିଲ୍ ଆଗତ ହେବା ପରେ ମୋସନ ଅଣାଯାଇପାରିବ ନାହିଁ. ମାତ୍ର ମୁଖ୍ୟ ବିରୋଧୀ ଦଳରେ ଥିବା ବିଜେପି ନେତାମାନେ ଜାଣିଶୁଣି ଏମିତି କାହିଁକି କଲେ. ସରକାରକୁ ସୁହାଇବା ଭଳି ବିଜେପି କାମ କରୁଛି ଏବଂ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି ନରସିଂହ ମିଶ୍ର କହିଛନ୍ତି.

LEAVE A REPLY

Please enter your comment!
Please enter your name here