ବାଲେଶ୍ୱର ଜିଲ୍ଲା ଖନ୍ତାପଡାରେ ବଡ ଧରଣର ଅଗ୍ନିକାଣ୍ଡ । ଚିଙ୍ଗୁଡି ପ୍ରୋସେସିଙ୍ଗ ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ । ଏଥିରେ ୮୮ ଜଣ ମହିଳା ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗୁରୁତର ଥିବା ୪୦ କର୍ମଚାରୀଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖନ୍ତାପଡା ପଣପଣାରେ ଥିବା ଫାଲକନ ଚିଙ୍ଗୁଡି ଫାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା ଫଳରେ ଏଭଳି ଅଘଟଣ ଘଟିଛି । ସମସ୍ତ ଅସୁସ୍ଥ ସେଠାରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ପ୍ରଥମେ ସେମାନଙ୍କୁ ଖନ୍ତାପଡା ମେଡିକାଲ ଏବଂ ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ମେଡିକାଲରେ ଡାକ୍ତରୀ ଦଳ ଅସୁସ୍ଥଙ୍କ ଚିିକିତ୍ସା କରୁଛନ୍ତି । ତେବେ ଏହି ଅଘଟଣ କ୍ଲୋରିନ୍ ଗ୍ୟାସ୍ ଲିକରୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଅସୁସ୍ଥଙ୍କ ଚିକିତ୍ସା ପାଇଁ ମୟୂରଭଞ୍ଜ ଏବଂ କଟକରୁ ଅଧିକ ଡାକ୍ତରଙ୍କୁ ଡକାଯାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here