ଭୁବନେଶ୍ୱର: ୨୦୨୫ ବ୍ୟାଚର ଯୁବ ଆଇପିଏସ୍ ଅଫିସର ୩୩ ବର୍ଷୀୟ ଅଭିଜିତ ରାମଦାସ ଚାକିରିରୁ ଇସ୍ତଫା ଦେଇଛନ୍ତି । ମହରାଷ୍ଟ୍ର ବାରାମତୀ ଅଞ୍ଚଳର ଅଭିଜିତ ଗତ ବର୍ଷ ଆଇପିଏସ୍ ପାଇଥିଲେ । ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ତେବେ ତାଙ୍କୁ ଏ ପର୍ଯ୍ୟନ୍ତ ଓଡ଼ିଶାରେ ନିଯୁକ୍ତି ମିଳିନଥିଲା। ବର୍ତ୍ତମାନ ସେ ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ଭାବେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପଲିସ ଏକାଡେମୀରେ ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ନେଉଥିଲେ | ଅଭିଜିତଙ୍କ ଇସ୍ତଫା ପତ୍ର ମିଳିଥିବା ନେଇ ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ମିଳିଛି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here