ପୋଲସରାର କଣିଆପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା | ଶବଦାହ ବେଳେ ଜୁଇରୁ ଉଠି ବସିଛନ୍ତି ବୃଦ୍ଧା | ଅସୁସ୍ଥ ବୃଦ୍ଧାଙ୍କୁ ମୃତ ଭାବି ପରିବାର ଲୋକ ଜୁଇ ସଜାଡିଥିଲେ | ପରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ | ମାତ୍ର ନିଆଁ ଲାଗିବା ପୂର୍ବରୁ ବୃଦ୍ଧାଙ୍କର ଶରୀରର ଅଙ୍ଗପ୍ରତ୍ୟଙ୍ଗ ହଲଚଲ ହୋଇଥିଲା | ଏହାକୁ ଦେଖି ସ୍ମଶାନରେ ଥିବା ପରିବାର ଲୋକ ଚକିତ ହେବା ସହ ଜୁଇରୁ ମହିଳାଙ୍କୁ ଆଣି ଆମ୍ବୁଲାନ୍ସ ଯୋଗେ ପୋଲସରା ଡାକ୍ତରଖାନାରେ ତାଙ୍କୁ ଭର୍ତି କରାଇଛନ୍ତି |
ସୂଚାନଯୋଗ୍ୟ, କଣିଆପାଲି ଗାଁର ଦୁଃଖୀ ବେହେରା ଦାରିଦ୍ର‌୍ୟ କାରଣରୁ ଅନେକ ସମୟରେ ଅନାହାରରେ ରହୁଥିଲେ | ତେବେ ଆଜି ସେ ଭୋକରେ ରହି ନିସ୍ତେଜ ହୋଇଯାଇଥିଲେ | ପରିବାର ଲୋକ ଓ ପାଖ ପଡୋଶୀ ତାଙ୍କୁ ମୃତ ଭାବି ଶବ ଦାହ କରିବା ନିମନ୍ତେ ମଶାଣି ନେଇଥିଲେ | ମଶାଣିରେ ଜୁଇ ସଜାଡି କାଠ ଲଦିବାବେଳେ ଦୁଃଖୀ ଉଠି ଆସିଥିଲେ | ଏହାପରେ ତାଙ୍କୁ ଜୀବିତ ଥିବା ଦେଖି ତୁରନ୍ତ ଆମ୍ବୁଲାନ୍ସ ଡାକି ମେଡିକାଲରେ ଭର୍ତ୍ତି କରାଯାଇଛି | ଖବର ମିଳିବା ପର୍ଯ୍ୟନ୍ତ ଏବେ ସେ ମେଡିକାଲରେ ଥିବା ଜଣାପଡିଛି |

LEAVE A REPLY

Please enter your comment!
Please enter your name here