ପ୍ରେମ ପାଇଁ ଉଭୟ ପାଗଳ ହୋଇଯାଇଥିଲେ. ଗୋଟିଏ ମୁହୂର୍ତ୍ତ ବି ପରସ୍ପରକୁ ଛାଡି ରହିପାରୁ ନଥିଲେ. ମାତ୍ର ବାହାଘରରେ ରାଜି ନଥିଲେ ଝିଅର ପରିବାର. ଶେଷରେ ପ୍ରେମିକ ପ୍ରେମିକା ନିଷ୍ପତ୍ତି ନେଇଥିଲେ ସାରା ଜୀବନ ଏକାଠି ରହିବେ. ଘର ଓ ପରିବାର ଛାଡି ଉଭୟ ଆନ୍ଧ୍ରପ୍ରଦେଶ ପଳାଇଲେ. ମାତ୍ର କିଛିଦିନ ବାହାରେ ରହିବା ପରେ ଝିଅ ଘର ଲୋକେ ଉଭୟଙ୍କ ବାହାଘର କରିବାକୁ ରାଜି ହେଲେ. ପୁଣି ନୂଆ ସ୍ବପ୍ନ ଦେଖିଲେ ପ୍ରେମିକ ପ୍ରେମିକା. ଘରଲୋକଙ୍କ କଥାରେ ନିଜ ନିଜ ଗାଁକୁ ଫେରିଲେ ସେମାନେ. ଦିନେ ପ୍ରେମିକା ସାଙ୍ଗେ ଫୋନରେ କଥା ହୋଇ ଦେଖଆ କରିବାକୁ ତାଙ୍କ ଗାଁକୁ ବାହାରିଲା ପ୍ରେମିକ. ମାତ୍ର ପ୍ରେମିକାର ପରିବାର ଲୋକେ ପାଗଳ ପ୍ରେମିକ ପାଇଁ ପ୍ରସ୍ତୁତ କରିଥିଲେ ଷଡଯନ୍ତ୍ର. ପ୍ରେମିକାର ଦାଦା କିଛି ଲୋକଙ୍କ ସହ ମିଶି ପ୍ରେମିକକୁ ଧୁମ୍ ପିଟିଲେ. ଏମିତି ପିଟିଲେ ଯେ, ପ୍ରେମିକର ଆଖି ନଷ୍ଟ ହୋଇଗଲା. ରାସ୍ତା ଉପରେ ପଡି ଚିତ୍କାର କରୁଥିଲା ସେ. ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୀମାନ୍ତ ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଇଞ୍ଚିମେଟଲା ଗାଁ ନିକଟରେ. କାଲିମେଳା ଥାନାରେ ଯୁବକ ଜଣକ ମାମଲା ରୁଜୁ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି.

LEAVE A REPLY

Please enter your comment!
Please enter your name here