ଆଜି ପବିତ୍ର ପ୍ରଥମାଷ୍ଟମୀ, ଘରର ବଡ ପୁଅ ଓ ଝିଅକୁ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇଥାଏ । ଏଥିଲାଗି ଚଳ ଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଘରେ ଘରେ ମହକୁଛି ପିଠା ଓ ମିଠାର ମହକ । ହଳଦି ପତ୍ରରେ ସିଝାଯାଇ ପ୍ରସ୍ତୁତ ହୋଇଥିବା ଏଣ୍ଡୁରୀ ପିଠାର ସ୍ୱତନ୍ତ୍ରତା ଆଜିର ଦିନରେ ରହିଛି । ଓଡିଆ ଘରର ପରଂପରାରେ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀର ମହତ୍ୱ ରହିଛି । କେବଳ ଘରେ ନୁହେଁ, ମନ୍ଦିରରେ ମଧ୍ୟ ଏହା ପାଳନ କରାଯାଇଥାଏ । ଗତକାଲି ନିଆଳି ପ୍ରାଚୀନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଆସିଛି । ଆଜି ସକାଳୁ ବଡ ଦାଣ୍ଡ ପୁରା ଉତ୍ସବ ମୁଖର ହୋଇପଡିଥିଲା । ବିଶ୍ୱାସ ରହିଛି ମାଧବାନନ୍ଦ ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମାମୁଁଘର । ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ପୌରାଣିକ ପ୍ରମାଣ ନଥିଲେ ମଧ୍ୟ ଲୋକ ବିଶ୍ୱାସରୁ କାହିଁ କେଉଁ କାଳରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଆସୁଛି । ଏହି ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ମାଧବା ମନ୍ଦିର ଟ୍ରଷ୍ଟ ନିଯୋଗ ଓ ସ୍ଥାନୀୟ ଅଞ୍ଚଳବାସୀ ବଳଭଦ୍ରଙ୍କୁ ପୋଢୁଆଁ କରିବାକୁ ସାତଖଣ୍ଡ ପାଟ, ସାତଖଣ୍ଡ ଖଣ୍ଡୁଆ, ପୀଠା, ଫଳମୂଳ ଭାର ଧରି ଏକ ବିରାଟ ସଙ୍କୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଆସିଥିଲେ ।

LEAVE A REPLY

Please enter your comment!
Please enter your name here