ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଅମରେନ୍ଦ୍ର । ତିନିଦିନ ହେଲା ଭେଣ୍ଟିଲେଟରରେ ରହି ଚିିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଦେଇ ସୂଚନା ଦେଇଛନ୍ତି ଝିଅ ଅନ୍ୱେଷା ମହାନ୍ତି । ବହୁ ଲୋକପ୍ରିୟ ସଡିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ବହୁ ଭଜନ ଓ ଜଣାଣ ଜୀବନ୍ତ ହୋଇପାରିଥିଲା । ଚାଲ ବେଗି ବେଗି ଯିବା ସଙ୍ଗାତ, ଥକା ମନ ଚାଲ ଯିବା ଭଳି ସୁମଧୁର ଭଜନ ହିଟ୍ ହୋଇଥିଲା । ସେହିପରି ‘ପୁଚୁକିଗାଲି ଫେସନ ବାଲି ’, ‘ଶୋଇଯା ମାମା’ ‘ ଚାନ୍ଦର ଚାନ୍ଦିନୀ ପରି’ ଆଦି ଲୋକପ୍ରିୟ ସିନେ ସଙ୍ଗୀତ ମଧ୍ୟ ତାଙ୍କରି ଅବଦାନ । ଅମରେନ୍ଦ୍ରଙ୍କ ବିୟୋଗରେ ଓଡିଶା ସିନେ ଓ କଳାଜଗତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here