ରାୟଗଡାରେ ଦୁର୍ଦ୍ଦାନ୍ତ ଅପରାଧି ଶିବାକୁ ଏନକାଉଣ୍ଟର । ଆଜି ବଡି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢଉ କରିଥିଲା ପୋଲିସ । ତେବେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା ସେ । ଯାହାର ଜବାବ ଦେଇଥିଲା ରାୟଗଡା ଟାଉନ ଥାନା ପୋଲିସ । ଏହି ଏନକାଉଣ୍ଟରରେ ଶିବାର ବାମ ଗୋଡରେ ଗୁଳି ବାଜିଛି । ଗୁରୁତରେ ଅବସ୍ଥାରେ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମକେସିଜିରେ ଭର୍ତ୍ତି କରାଯାଇଛି । ଶିବା ନାଁରେ ରାୟଗଡା ଓ ଅନ୍ୟ ଜିଲ୍ଲାରେ ୫୦ରୁ ଅଧିକ ମାମଲା ରହିଛି । ନିକଟରେ ସୁବର୍ଣ୍ଣପୁରରେ ଯୁବକଙ୍କୁ ଅପହରଣ ମାମଲାରେ ବି ଶିବାର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here