ଥାନାରେ ସ୍ୱଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ମୋ ସରକାର । ମାତ୍ର ଆମ ଥାନା ବାବୁମାନଙ୍କ ପ୍ରକୃତି ସୁଧୁରୁନି । ସାଧାରଣ ଏତଲା ତ ଦୂରର କଥା, ଦୁଷ୍କର୍ମ ଓ ଯୌନ କେଳେଙ୍କାରୀ ଭଳି ଘଟଣାରେ ବି ପୋଲିସ ବାବୁଙ୍କ ବିଳମ୍ବିତ ପଦକ୍ଷେପ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ନିର୍ଯାତିତା ମହିଳା । ନିକଟରେ ଜଗତସିଂହପୁର ନାଉଗାଁ ଥାନା ଅଂଚଳରେ ଲକ୍ଷ୍ମୀପ୍ରୀୟା ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲାରେ । ଛାତ୍ରୀ ନିବାସରୁ ଉଦ୍ଧାର ହୋଇଛି ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ । ମୃତ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଝାରପୋଖରିଆ ଥାନାରେ ପୂର୍ବରୁ ଅଭିଯୋଗ କରିଥିଲେ । ମାତ୍ର ଅଧ୍ୟାପିକାଙ୍କ ଅଭିଯୋଗ ଉପରେ ପୋଲିସ ପଦକ୍ଷେପ ନେବା ବିଳମ୍ବ କରିଥିଲା । ଏହି ଗଟଣାକୁ ନେଇ ସେ ମାନସିକ ଚାପରେ ଥିବାବେଳେ ଶନିବାର ରାତିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ଜିଲ୍ଲା ଏସପି ତଦନ୍ତ ଅଧିକାରୀ ଏଏସଆଇ ପ୍ରଶାନ୍ତ ସ୍ୱାଇଁଙ୍କୁ ନିିଲମ୍ବିତ କରିଛନ୍ତି । ଅନ୍ୟପକ୍ଷରେ ରୁକ୍ମିଣୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୋ ସରକାର ପାଇଁ ପ୍ରଶ୍ନ, ରୁକ୍ମିଣୀଙ୍କ ଅଭିଯୋଗ ଉପରେ ପୋଲିସ ପଦକ୍ଷେପ ନେବାରେ କାହିଁକି ଡେରି କଲା ।

LEAVE A REPLY

Please enter your comment!
Please enter your name here