ଏମାନେ ସମସ୍ତେ ଦିବ୍ୟାଙ୍ଗ । ଦୃଷ୍ଟି ଶକ୍ତି ନାହିଁ । କିନ୍ତୁ କଣ୍ଠରୁ ଝରିପଡୁଛି ସୁମଧୁର ସ୍ୱର । ବୌଦ୍ଧ କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୋଡିବାହଲ ଗ୍ରାମରେ ଥିବା ଭୀମଭୋଇ ଭିନ୍ନକ୍ଷମ ବିଦ୍ୟାଳରେ ଏହି ଦିବ୍ୟାଙ୍ଗମାନେ ପାଠ ପଢନ୍ତି । ସ୍କୁଲରେ ପାଠ ପଢୁଥିବା ଛାତ୍ର ମାନେ ଅନନ୍ୟ ପ୍ରତିଭାର ଅଧିକାରୀ । ନିକଟରେ ସ୍କୁଲରେ ବୁଲୁ ସେନାପତି ନାମକ ଜଣେ ଛାତ୍ର ସୁମୁଧୁର ଗୀତ ଗାଇ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏମାନଙ୍କ ପ୍ରତିଭା ପରିପ୍ରକାଶ ହୋଇପାରୁନି । ବଣମଲ୍ଲୀ ପରି ଏମାନଙ୍କ ପ୍ରତିଭା ମଉଳି ଯାଉଛି । ଏହି ଦିବ୍ୟାଙ୍ଗମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here