ଉଠୁଛି ପଡୁଛି ଅର୍କକ୍ଷେତ୍ର କୋଣାର୍କ । ସଂନ୍ଧ୍ୟା ହେଲେ ଜମିଯାଉଛି ଲୋକଙ୍କ ଗହଳି । ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ ମୋହିନୀଆଟମ । ସୁନ୍ଦର ଆଲୋକ ସାଜସଜା ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ଓଡିଶୀ ଓ ମୋହିନୀଆଟମ ନୃତ୍ୟକୁ ଉପଭୋଗ କରିଛନ୍ତି । ଓଡୀଶୀ ନୃତ୍ୟ ଗୁରୁ ସ୍ୱପ୍ନାରାଣୀ ସିନହା ଓ ସାଥୀ କଳାକାରମାନଙ୍କ ଦ୍ୱାରା ପ୍ରଥମେ ଓଡିଶୀ ନୃତ୍ୟ ପରିବେଶଣ କରାଯାଇଥିଲା । ଏଥିରେ ଭାରତୀୟ ଜୀବନ ସଂସ୍କୃତିର ଅଭିନ୍ନ ଅଙ୍ଗ ଗଙ୍ଗା , ଯମୁନା ସରସ୍ୱତୀଙ୍କ ମିଳନ ତ୍ରୀବେଣୀ ସଙ୍ଗମର ଧର୍ମୀୟ ବିଶ୍ୱାସକୁ ପରିବେଶଣ କରାଯାଇଥିଲା । ସନ୍ଧ୍ୟାର ଦିତୀୟ ପର୍ଯ୍ୟାୟରେ ଗୁରୁ ଜୟପ୍ରଭା ମେନନ ଓ ସାଥୀ କଳାକାରଙ୍କ ଦ୍ୱାରା ମୋହିନୀଆଟମ ଶୈଳୀରେ ଗୀତ ଗୋବିନ୍ଦମ ପରିବେଶଣ ହୋଇଥିଲା । ତୃତୀୟ ସନ୍ଧ୍ୟାରେ ଅତିଥି ଭାବେ ପ୍ରିନ୍ସପାଲ୍ ଏ ଜି ଜସୋଧାରା ରାୟ୍ ଚୈଧୁରି , ପର‌୍ୟ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଜାଦବ,ଓଡିଶି ଗବେଷଣା କେନ୍ଦ୍ର ର ମୁଖ୍ୟ ଡଃ ସଙ୍ଗୀତା ଗୋସାଇଁ ଯୋଗ ଦେଇଥିଲେ । କୋଣାର୍କ ଉତ୍ସବର ଚତୁର୍ଥ ସଂନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ରାଜା ରାଧା ରେଡ୍ଡି ଓ ସାଥୀ କଳାକାରମାନଙ୍କ ଦ୍ୱାରା କୁଚୁପୁଡି ନୃତ୍ୟ ପରିବେଶଣ କରାଯିବ ।
ସେପଟେ ଚନ୍ଦ୍ରଭାଗା ବେଳାଭୂମୀରେ ଆୟୋଜିତ ବାଲୁକା କଳା ଉତ୍ସବର ତୃତୀୟ ଦିବସରେ ଶିଳ୍ପୀମାନେ ସାମୂଦ୍ରିକ ଐତିହ୍ୟ , ସାମୂଦ୍ରିକ ଜୀବନ, ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓଡିଆ ଜାତୀର ପ୍ରାଚୀନ ସାଧବ ପୁଅର ଐତିହାସିକ ଗାଥାବଳୀକୁ ବାଲୁକା କଳା ମାଧ୍ୟମରେ ଗଢି ତୋଳିଥିଲେ ।

LEAVE A REPLY

Please enter your comment!
Please enter your name here