ଲିଙ୍ଗରାଜ ମନ୍ଦିରକୁ ଅଚାନକ ଗସ୍ତ କଲେ ଫାଇପ୍ ଟି ସଚିବ । ସମୟ ଥିଲା ଭୋର ୪ଟା । ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାରର ବିକାଶ ମୂଳକ କାର‌୍ୟ୍ୟ ନେଇ ତଦାରଖ କରିଥିଲେ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର‌୍ୟ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ନେଇ ଏକ ମାର୍କେଟ କପ୍ଲେକ୍ସ ମଧ୍ୟ ଉଚ୍ଛେଦ କରାଯାଇଥିଲା । ପାଣ୍ଡିଆନ ଙ୍କ ଗସ୍ତ ସମୟରେ ଡିସିପି ଅନୁପ ସାହୁ, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର, ଖୋର୍ଦ୍ଧା ଏଡିଏମ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here